ମୂଳରେ କିଏ?
ଥାଉ ଯିଏ ବି
ଆମେ ଯେ
ଯାଉଛୁଁ ମୂଳକୁ
ଏ କଥା ସିଦ୍ଧ ।
ମୂଳ ହିଁ ଆମେ,
ଆଉ ଆମେ
ଡାଳ ବି ।
ଡାଳରେ ଥାଇ
ହୋଇଛୁଁ ମୂଳ ।
ଆଉ ମୂଳ ହୋଇ
ମଝିରେ ଭାଗିଦାରୀ
ନାଟର ।
ନାଟର ଗୋବର୍ଧନକୁ
ଖୋଜିବାକୁ ଯାଉ ଯାଉ
ଆମର ହଜୁଛି ପତ୍ତା
ଜଣା ନାହିଁ ଆମକୁ ।
This poem has not been translated into any other language yet.
I would like to translate this poem