କୋଉଠି ଓଡିଶା? Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କୋଉଠି ଓଡିଶା?

Rating: 5.0

କେତେ ଭାଗ
କୋଉଠି ଓଡିଶା?
ପଚାରିଲା ମତେ
ବାଙ୍ଗାଲୋରର ଓଲା
କାର୍ ଡ୍ରାଇଭର ଚେନ୍ନାପା ।
କହିଲି ଯୋଉଠି ଜଗନ୍ନାଥ,
ସେଇଠି ଓଡିଶା ।
ଜଗନ୍ନାଥ!
ହ୍।ଟ ଇଜ ଦେଟ?
କଣ କିଛି ପାରିଲି ନି ବୁଝି
କଣ ବୋଲି ବୁଝାଇବି
ବାଇଶି ତେଇଶି ବର୍ଷର
ଗୋଟେ ପିଲାକୁ ।
କହିଲି, ବେ ଅଫ ବେଙ୍ଗଲ କୂଳରେ
ଜଗନ୍ନାଥ ମନ୍ଦିର, ସେଠୁ ଆରମ୍ଭ ଓଡିଶା ।
ଆଇ ସି, ହିୟର ଇନ ବାଙ୍ଗାଲୋର
ଆଇ ସି ଟେଂପୁଲ ।

ପୁଣି କହିଲା, ଅଣ୍ଡରଷ୍ଟୁଡ
ଦ୍ୟାଟ୍ସ ଓଡିଶା ।
ଜୟ ଜଗନ୍ନାଥ କହିଲି
ଗୁଣୁଗୁଣେଇ ଗୁଣୁଗୁଣେଇ ।
ଏଣ୍ଡ ଲାଙଗୁଏଜ?
କହିଲି, ଓଡିଆ ।
ବୁଝିଲା କିଛି, କହିଲା-
ଗ୍ରେଟ, ଆଇ ନୋ,
ଓଡିଆ ଆର୍ ଦେୟାର
ଉଇଦ ଜଗନ୍ନାଥ ।
ବଟ୍ ଓଡିଶା ।
କହିବାକୁ ପଡିଲା
ଅଲ ଓଭର ଦ ଗ୍ଲୋବ ।
ବୁଝିଲା କଣ କିଛି
କହିଲା ଓକେ ଓକେ ।
ବୁଝିଲା କିଛି ଆଉ
ମୁଁ ହଜି ହଜି ଗଲି
ଜଗନ୍ନାଥ ଭିତରେ
ଓଡିଶା ଆଉ
ଓଡିଆ ବାହାରେ ।

Wednesday, October 26, 2016
Topic(s) of this poem: state
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success