ଯେତେଦୂର
ଯେତେଦୂର ଗମିଛି ବନ୍ଧୁ
ଯାହା ପାରିବି କଥା କହିବି
ସେତେଦୂରର ।
କି କଥା?
ଦୁଃଖର ନା ସୁଖର!
ସେ କଥା ନୁହଁ,
ଯେଉଁ କଥାକୁ
ଏତେ ଆଗ୍ରହ
ସେଇ ପଦକ
ଆଗ କହ ।
ଦୂରେଇ ଯାଉଛି
ମୋଠୁ କଥା, ସତ ।
ମୁଁ କିନ୍ତୁ ସତଠୁ
ଖୁବ ସତର୍କ ।
This poem has not been translated into any other language yet.
I would like to translate this poem