ବଡବଡିଆ
ଆସ ହୋ ଆସ,
ଦେଖ ଆମକୁ ।
କୁଳାଙ୍ଗାର କହିବ ଯଦି
କହିପାର ।
ଯୁଆଡ ଯିବାକୁ
କରୁଛ ଇଚ୍ଛା
ଯାଇପାର ।
ଯାହା ଯେତେବେଳେ
ଖାଇବାକୁ ମନ
ଖାଇ ନିଅ ।
ମୋକ୍ଷ ଅମୃତ
ଭୁଲିଯାଅ ।
ଭୁଲିଯାଅ ଆଲୁଅ,
ଭୁଲିଯାଅ ଆମେ ତୁମର
ପୁଅ ଝିଅ ।
ପାଣି ପବନକୁ
ଆମର ନାହିଁ
ଆଉ ବିଶ୍ଵାସ ।
ତୁମ ଭାଷା
ଲାଗୁଛି ଆମକୁ ବିଷ ।
ବଡବଡିଆ ହୋ,
ନଈରେ ନାହିଁ ପାଣି,
ସମୁଦ୍ର ଖାଉଛି ଉଜାଣି ।
କେତେ ସମୟ ରହଣି,
ପାଶୋର ହେଲାଣି ।
ଆମକୁ ଆଉ କିଛି କହ ନି,
ମା, ମାଟି, ମାତୃଭାଷା ପ୍ରୀତି
ଖୋଜିଲେ ଆଉ ପାଇବ ନାହିଁ
This poem has not been translated into any other language yet.
I would like to translate this poem
To father and fore fathers; pardon us, we are not eligible to utter your language, to do your works, to stay in truth. we are not fit at all. we are in a world full of conflicts. not giving importance to our own land.