କେଉଁ କେଉଁ ଜାଗା,
ଯିବି
କେଉଁ କେଉଁ ଜାଗାକୁ?
ନାହଁ ତୁମେ
କେଉଁ କେଉଁ ଜାଗାରେ?
ମୁଁ ସ୍ଥିତ,
ମୁଁ କରୁ ନାହିଁ
ତିଳେ ମାତ୍ର
ନିଜକୁ ବ୍ୟୟିତ ।
ମୁଁ ପରିବ୍ୟାପ୍ତ,
ମୁଁ ସମଗ୍ର ଜଗତ ।
ମା, ତୁମ ରଙ୍ଗ କଳା,
ତୁମେ ପୁଣି ଠିଆ ଲଙ୍ଗଳା ।
ଚିଦ୍ବ୍ୟାପ୍ତି ରହିଛି
କିନ୍ତୁ ତୁମର ସବୁଠି ।
This poem has not been translated into any other language yet.
I would like to translate this poem