ପକ୍ଷୀ ଆଉ ଆକାଶକୁ ନେଇ
କେତେ କିଏ କଣ ନ ଲେଖିଲା!
କଣ ରହିଲା କୋଉ ଲେଖା?
ନା ପକ୍ଷୀ ନା ଆକାଶ
ଗାଇ ପାରିଲେ ଗୀତ ମିଶିକି ।
ଗୀତ ମୋର କହିଲା ପବନ,
ପବନ ମୋର କହିଲା ଆକାଶ,
ପକ୍ଷୀ କହିଲା ମୁଁ ନ ଥିଲେ
ତୁମ ଦିହିଁଙ୍କର ମୂଲ୍ୟ କଣ!
ମୂଲ୍ୟ ଖୋଜୁଛି ମଣିଷ,
ନିଜର, ସମୟର,
ଆଉ କହୁଛି କଥା ମନଇଚ୍ଛା,
ଆଉ ଯାହାକୁ ଯାହାତାହା
କହିଲାବେଳେ ଭୁଲିଯାଉଛି ନିଜ ଧାରା ।
This poem has not been translated into any other language yet.
I would like to translate this poem