ଗୋଡ ନ ଥିଲେ
ହାତ ନ ଥିଲେ
କଣ କିଛି କରି ହୁଏ ନି?
ଜିଭ ନ ଥିଲେ
ଆଖି ନ ଥିଲେ
କଣ କିଛି ଖବର ଦେଇ ହୁଏ ନି?
କାନ ଥାଉ କି ନ ଥାଉ
ଯଦି ଶୁଣି ହେଉଛି,
ଯଦି ସବୁ ବୁଝି ହେଉଛି,
ଅସୁବିଧା ଆଉ କୋଉଠି?
ଯୋଉଠି ବି ଥାଉ ଅସୁବିଧା,
ଯଦି ସହୃଦୟ କଥାଟା
ହେଉଛି ଗ୍ରହଣ, ତେବେ ନାହିଁ
କିଛି ଆଉ କହିବାର ।
This poem has not been translated into any other language yet.
I would like to translate this poem