ମନ ଅଛି ଯଦି
ବୁଝିବାକୁ ଚେଷ୍ଟା କର ମତେ,
ନାଇଁ ଯଦି ମନ
ଉଚ୍ଚାର ନାହିଁ ଗୋଟିଏ ବି ଶବ୍ଦ,
ହୁଅ ନାହିଁ ଭାଗିଦାର ପ୍ରଦୂଷଣରେ ।
ତୁମେ କିଏ?
କଣ କରୁଛ ଏଠି ଏତେବେଳେ?
ମତେ ଆବଶ୍ୟକ ନାହିଁ
ଏ ସବୁର ଉତ୍ତର ।
ମୁଁ କିଏ ମତେ ମୋର
ଅଛି ଚିହ୍ନିବାର, ଅଛି ଜାଣିବାର ।
ଜାଣି ଯେ କରିବି କଣ
ଏମିତି ବି ନୁହେଁ ।
ମୁଁ କିନ୍ତୁ ତୁମେ, ଜାଣେ ।
This poem has not been translated into any other language yet.
I would like to translate this poem