ଏଇ ଉଆଁସ, ଏଇ ଅନ୍ଧାର,
ଦେଉଛି ଆଜି ଏ ଯୋଉ
ରଙ୍ଗୀନ ଆଲୋକ ତାକୁ ଇ
ଧରି ରଖ ଗୋସାଇଁ ।
ଜୀବନକୁ ଧରି ରଖିବାକୁ ହେଲେ,
ଗୋସାଇଁ, ଚିହ୍ନିବାକୁ ହେବ
କେମିତି ପଶୁଛି କୋଉଠି
କେତେ ପାଣି ।
ପାଣି ଭିତରେ ଘର ଗୋସାଇଁ,
ପାଣି ହିଁ ଘର, ଆଉ ଘରେ
ଘରଲୋକେ ବସିଛନ୍ତି ଚାହିଁ
କେମିତି କୋଉ ଭାବରେ
ଯିବାକୁ ଆଗକୁ ଫିଟାଇବେ ବାଟ,
ବାଟ ଟା ହିଁ ନିରାଟ ସତ ।
This poem has not been translated into any other language yet.
I would like to translate this poem