କହି ହେଲା ନାହିଁ
ଜୀବନର ପ୍ରକୃତ
ଦୁଃଖ କଥା ପଦୁଟିଏ
ଆଉ ଯାହା କହିହେଲା
ତାକୁ ବି ଘେରି ରହିଲା
ଏଠାକାର ଏ ମାୟା ।
ଏ ମାୟାର ଘେରରୁ
ମୁକ୍ତି କେବେ, ୟା
ଉପରେ ବି ମତ ରଖିଲା
ଯିଏ, ସିଏ ବି ଥିଲା
ମାୟା ଆଉ ସେ
ମାୟା କଥା ମାନି ମତେ
ପଡିଲା ଯିବାକୁ ଦୂରଦେଶ
ଯୋଉଟା ବି ଥିଲା
ମାୟା ରାଜ୍ୟର ସୀମା ଭିତରେ ।
This poem has not been translated into any other language yet.
I would like to translate this poem