ଚାଲବୁଲ ପାରୁ ନି କରି
ଏପରିକି ଘର ଭିତରେ
ଆମ ମା।
ଆଉ ଆମେ କେତେମତେ
କାହା ବିରୋଧରେ ଯିବାରେ
ବ୍ୟସ୍ତ ।
ଆମ ମା ର ଭାଷା
କରୁନାହାନ୍ତି ଖାତିର କେହି,
ଆଉ ଆମେ ବାହାରିପଡୁଛୁଁ
ଜିଣିବାକୁ ମାଟି ।
ମୁଣ୍ଡ ଠିକ୍ ନାହିଁ ମାଙ୍କର,
କହୁଛନ୍ତି ଥୋକେ, ଆଉ ଥୋକେ
ବ୍ୟସ୍ତ କହିବାରେ, କୋଉଠି ବି
ଖାପଖୁଆଇ ପାରିବେ ନି ମା ଏବେ ।
This poem has not been translated into any other language yet.
I would like to translate this poem