ଆକାଶକୁ ଦେଖ
ଆକାଶ କରିଛି ପିଠି
ଆଉ ଆମେ ରହିଛୁ
ଲାଗି ଆକାଶଠି ।
ଆକାଶ, ଆକାଶ,
ଆଉ ଆମେ ଆକାଶ ଦେହରେ
କରି ଚାଲିଛୁଁ କେତେ ଖେଳାଲୀଳା
ଯାହା ସହିତ ନାହିଁ ଆମର ସଂପର୍କ କିଛି ।
ଆକାଶକୁ ଦେଖ,
ଆକାଶ କହୁଛି କଣ ଶୁଣ ।
ଆକାଶ କଥା ଜଣା କେବଳ
ଆକାଶକୁ ଆଉ ଆକାଶ ଚାହେଁ
କହିବାକୁ କଣ କେମିତି କରାଯିବ
ପୁଣି ପୁଣି ଆଗକୁ ।
This poem has not been translated into any other language yet.
I would like to translate this poem