ସଂଗୁପ୍ତକୁ କର ପ୍ରକାଶ,
ଅରୂପକୁ ଦିଅ ରୂପ, କବିବର ।
ଜାଣେ, ତୁମେ ଆଗ୍ରହୀ ଲୋକ ।
ଆଉ ଜାଣେ, ଅଛି ତୁମଠି
ଉତ୍ସାହ ଆଉ ଆନନ୍ଦ ।
ମନକୁ ଜାଣିବା ଲୋକ ତୁମେ,
ତୁମେ ଜିଣିବା ବାଲା ହୃଦୟ ।
ସୀମିତ ନୁହଁ ତୁମ ଭାବନା, କବିବର ।
ସ୍ନେହ ସଂପ୍ରୀତିର ତୁମେଇ କର ସଂଚାର ।
ତୁମେ କର ସୃଷ୍ଟି ପୁଣ୍ୟର ଅଧ୍ୟାୟ,
ତୁମଠି ପାପତୋଡକ ପୁଣ୍ୟପ୍ରଦାୟକ ପର୍ବ ।
ଅନ୍ଧାରୁଆ ରାତିକୁ ତୁମେ କରିପାର
ରଙ୍ଗୀନ ଆଲୁଅରେ ପୂର୍ଣ ।
ତୁମେ କର ମଣିଷର ଜୟଗାନ ।
This poem has not been translated into any other language yet.
I would like to translate this poem