ଜନ୍ମିଛ ମରିବାକୁ ତ!
କଣ କରିବ କି ଆଉ
ବଂଚି କି?
ଗୁଳିଗୋଳା ତୁମ ଆଡୁ
ଯେତିକି ହେଲା, ହେଲା ।
ଆମେ ଯଦି କଲୁ ଆରମ୍ଭ
ଉଜୁଡି ଗଲା କଣ?
ରକ୍ତ ମାଂସର ଖେଳ ତ
ଚାଲିବା କଥା ଚାଲିଥିବ ।
କୋଉ ଅଶୁଦ୍ଧ ହେଉଛି ଧରିତ୍ରୀ ।
କଥା ବଢାଇ ଲାଭ କଣ?
ଶାନ୍ତ ହୋଇଗଲାପରେ ଦିନ
ପୁଣି କରିବା ନି ହିସାବ
ପାଖେଇ ଆସିଲେ ଇଲେକ୍ସନ ।
ତୁମଆମ ମାମଲା ପରା,
ସର୍ବସାଧାରଣ ଧସେଇ ପଶିବା
କଥା ନୁହଁ ।
This poem has not been translated into any other language yet.
I would like to translate this poem