ବନ୍ଦ ହୋଇଗଲେ ଫୁଲର ହସ,
ଫାଟ ଫାଟ ହୋଇଯିବ ଆକାଶ ।
ଆକାଶ ହୋଇଗଲେ ଫାଟ ଫାଟ,
ଖୋଲିବ ନି ମନର ଦେହର
ଆଉ କଉଣସି କବାଟ ।
କବାଟ ନ ଖୋଲିଲେ
ହୋଇ ପାରିବ ନି ଦିଅଁ ଦେଖା ।
ଦିଅଁ ଦେଖା ନ ହେଲେ
ପଡିବ ନି ଜଣା ସତ୍ୟ ଆଉ
ସତ୍ୟ ଜଣା ନ ପଡିଲେ
କହି ହେବ ନି ବଂଚିବାର ମାନେ ।
ବଂଚିବାର ମାନେ ଅଛି ଜୀବନ
ଜିଇଁବାରେ, ଆଉ ଜୀବନର ମାନେ
ପ୍ରସ୍ତୁତ କରିବାକୁ ପଡେ ଏଠାରେ ।
This poem has not been translated into any other language yet.
I would like to translate this poem