କହିବାକୁ ଗଲାବେଳେ
କହିବାକୁ ଗଲାବେଳେ
କିଏ ନା କିଏ ଅଟକାଇ ଦିଏ
କୋଉଠି ନା କୋଉଠି ।
ଆଉ ସେ ଅଟକରେ
କଣ ଥାଏ କେଜାଣି ବାଉଳା
ହେବାକୁ ହୁଏ ରାସ୍ତାରେ ।
ରାସ୍ତାଟା ଜଙ୍ଗଲି ଯଦିଓ
ବାଘ ଭାଲୁ ହିଂସ୍ର ଜୀବଜନ୍ତୁ
ନ ଥାନ୍ତି ଗୋଟିଏ ବି ।
ମୁଁ କିନ୍ତୁ ଥାଏଁ ଭୟରେ,
ଭୟ, ମୋର ମୋଠି ।
This poem has not been translated into any other language yet.
I would like to translate this poem