ପୁସ ହଉ କି ଫଗୁନ
ଜମରା ଜେ ନି ଖାଏ
ହେଟା ନି କହେବ ।
ତାକତ୍ ଦେଖାବାର ଭି
ନି ନ କିଛୁ ।
ବାଘ୍ ଭାଲୁ ଜେନମାନେ
ଅଛନ୍, ହେମାନେ
ବଦଲେଇ ଲାଗିଛନ୍
ରୁପ୍ ।
ଆସୁନ୍ ବଲବାରଟା ନେଇଁସେ,
ଜଉନ୍ ବଲବାରଟା ଭି
ନି ନ ଅଧିକାର୍ ।
ଦୁଖ୍ ସୁଖ୍ ର
ନି ନ ଖିଆଲ ।
ହେଲେ ସନମାନଟିକେ
ଜାହାକେ ଜେନଟା
ମିଲବାରକଥା ନେଇଁ ମିଲଲେ
ଲାଗସି ଦୁଖ୍ ବଲ ତ
ହେଟା ଭି ଆମର ଆଏତେ
ନାଇଁ ନ ଜାନିଛୁଁ ଜଦର ଭି ।
ଜାନିଛୁଁ ସମିଆର ଖେଲ ସବୁ ।
ଫେର ଭି ତ, ଅଛୁଁ ।
ଅଛୁଁ ଭାଏଦଦା ବଲାବଲି ହେଇକରି
ଆରୁ ଅଛୁଁ ଜେତକି ବେଲତକ୍
ହେଟା ନ ଆମର ସବୁ ।
This poem has not been translated into any other language yet.
I would like to translate this poem