ଛାନି ଦେ କବିତା, କବି,
ଛାନି ଦେ ।
ଗରେଲ ଧୁକା,
ସମୁଦରର ଜବର ଲହଡା,
ସମ୍ଭଲେଇ ନେ କବି,
ସମ୍ଭଲେଇ ନେ ।
ପୁରଥି ଅଟକିଯିବା
ଠକୋକିନା ହେନ,
ହେନ, ତୋର
କବିତାରଠାନ ।
ମୁଁ ଅପାରୁ ଆଏ,
ଦେଖି ନେ ମତେ,
ଆରୁ କହିଦେ ପଦେ
ଯେନଟାକେ ଧରିକରି
ଲମିଯିମି ଆଗକେ ।
This poem has not been translated into any other language yet.
I would like to translate this poem