ଆକାଶ ଭିତରେ ବାୟୁ,
ବାୟୁ ଭିତରେ ଅଗ୍ନି,
ଅଗ୍ନି ଭିତରେ ଜଳ,
ଜଳ ଭିତରେ ଜୀବନ ।
ଜୀବନରେ, ତୋ ଭିତରେ କିଏ?
ନିଜକୁ ଖୋଲିଦେ ରେ ଜୀବନ, ଖୋଲିଦେ ।
ତୋ ଭିତରେ ମୁଁ ଦେଖୁଛି ଜୀବନ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହନକ୍ଷତ୍ର
ଦୃଶ୍ୟଅଦୃଶ୍ୟ ପୃଥିବୀ ଆଉ ଆଉ ସବୁ ଆକାଶ ପରେ ଆକାଶ ।
This poem has not been translated into any other language yet.
I would like to translate this poem