କଣ କହିଥିଲ
କଲ କଣ
ଯାହା କଲ
ଆଉ ଯାହା
ନ କଲ
ହିସାବ
କୋଉଠି ରଖିଲ ।
ହିସାବ ଶୁଣିଲାବାଲା
ଆଉ ହିସାବ ରଖିଲାବାଲା
କିଏ କୋଉଠି ରହିଲା
ପତ୍ତା ନ ଥିଲା ।
କିଏ କଣ କହିଲା
କିଏ କଣ ଶୁଣିଲା
କିଏ କଣ ବୁଝିଲା
ଆଉ ସବୁ ଯେ
ଠିକ୍ ଥିଲା
କହିବାକୁ କିଏ
କଣ କୋଉଠି ଥିଲା
ଜଣା ନ ଗଲା ।
ଥିଲାବାଲା
ଅବଶ୍ୟ ମଲା,
ନ ଥିଲାବାଲା
ଭାବିଗଲା ।
This poem has not been translated into any other language yet.
I would like to translate this poem