ଲଣ୍ଡନରେ
ନାହିଁ ଆଉ କିଛି ।
ନାହିଁ ରାଜା
ନାହିଁ ରାଣୀ ।
ନାହିଁ ବାଜା
ନାହିଁ ରୋଷଣୀ ।
ଲଣ୍ଡନରେ ନାହିଁ
ଖରା କି ନାହିଁ ପାଣି ।
ଲଣ୍ଡନ କହିଲେ
କଣ କି?
କିଛି ରଙ୍ଗ
କଳା ଗୋରା,
କିଛି କଥା
ମିଛ ସତ ।
ଆଉ କିଛି
ସ୍ମୃତି
ଆଉ କିଛି
ସ୍ମୃତି
କହିଛି ଯାହା
ଦରଓ୍ଵାନ ହୋଇ
ଆକାଶରେ ।
This poem has not been translated into any other language yet.
I would like to translate this poem