ମଙ୍ଗଳର ଅର୍ଥ ଖୋଜୁ ଖୋଜୁ
ମୁଁ ମୋର ରହିଯାଉଛି ସବୁ
ମଙ୍ଗଳମୟ ଭିତରେ ।
ଅମଙ୍ଗଳ କିଛି ନାହିଁ ଏଠାରେ ।
ନା, ଏଠି ନାହିଁ କିଛି ଅବିଶ୍ଵାସ
କରିବାର ଉପାଦାନ ।
ଏଠି ନାହିଁ ବିଷ ବୋଲିବା
କିଛି ପଦାର୍ଥ ।
ଜୀବନର ମିଠା ଖାଲି
ଚାଖିବାର ଅଛି ଏଠି ।
ଆଉ ଅଛି ଖିରିପୁରିରେ
ଉତ୍ସବାଦିରେ ମାତି
ଜୀବନ ଜିଇଁବାର
କଳାକାରିଗରୀ
This poem has not been translated into any other language yet.
I would like to translate this poem