ଦିନ ପରି ସୁଖମୟ,
ଆଲୁଅ ପରି ସ୍ଵୟଂ ପ୍ରତିଷ୍ଠିତ ।
ଜୀବନ ଅଛି କ୍ରିୟା ରୂପରେ,
ପାପ ଆଉ ପୁଣ୍ୟର ଉର୍ଦ୍ଧ୍ଵରେ ।
ସର୍ପ ପରି ଦୁଃଖ,
ଶ୍ଵେତପଦ୍ମ ପରି ପୁଣି ସୁଖ ।
ଧର୍ମଭ୍ରଷ୍ଟ ନ ହୋଇ ବଂଚିବା
ଜଳ ଭିତରେ କଳନାତୀତ ।
ଦିଗ ଗୁଡିକ ପ୍ରଶସ୍ତ,
କିନ୍ତୁ ସର୍ବ ସମ୍ଵନ୍ଧବର୍ଜିତ ।
ଅପରିମିତ ଶିରଯୁକ୍ତ,
ପୁରୁଷସୂକ୍ତ ।
ସ୍ରଷ୍ଟା ହେ, ଦୁଃଖ ଆଉ ସୁଖ
ଉଭୟ କାରଣ ବିମୁଖ ।
This poem has not been translated into any other language yet.
I would like to translate this poem