ଏ ମଧ୍ୟ ରାତ୍ରରୁ
ତୁମ ପାଖରେ ଥିବା ଟଙ୍କା
ମୂଲ୍ୟ ହରାଇଦେବ ।
ପାଂଚଶହ ହଜାରେ ନୋଟ
ହୋଇପଡିବ ମୂଲ୍ୟହୀନ
ଗୋଟେ ଗୋଟେ ବେକାର
କାଗଜ ଟୁକୁରା ।
ଅସୁବିଧା ନ ହେବ ନୁହେଁ,
ସହ୍ୟ କରିବାକୁ ହେବ ବନ୍ଧୁ,
ଦେଶ ପାଇଁ ।
ଚିନ୍ତା କର ନି ।
ପାଇବ ସବୁର ଭରଣା ।
ଟଙ୍କା କରୁଥିଲା ଯୋଉମାନଙ୍କର
ମୁହଁ ବଙ୍କା ସେଇମାନଙ୍କୁ
ଦେବାକୁ ହେବ ଶିକ୍ଷା ।
ବନ୍ଧୁ, ଯେମିତି ହେଉ ଧ୍ଵଂସ
କରିବାକୁ ହେବ ଲଙ୍କା ।
ବନ୍ଧୁ, ଯେମିତି ହେଉ
ଘୁଂଚେଇବାକୁ ହେବ
ସାଧାରଣ ଜନତାଜନାର୍ଦନ
ଭିତରର ସମସ୍ତ ଆଶଙ୍କା ।
This poem has not been translated into any other language yet.
I would like to translate this poem