ଦେଖ ହେ ଦେଖ
ରହିଛି ବିସ୍ତୀର୍ଣ ଭାବେ
ରହିଛି ପୂରି ସବୁ ।
ଦେଖ ହେ ଦେଖ
ଏ ସବୁ ଜଗତ
ଆଉ ସବୁ ଜଗତର
ସବୁ ଆଧାର ।
ସବୁ ଶବ୍ଦ ଠୁଳ ଏଠି,
ତଥାପି ନୁହେଁ କିଛି ଚଳ ।
କହିଦେଲେ ଶରଣ
ନ ଥାଏ ଆଉ ଭୟର କାରଣ ।
ଖୋଜିବ ଆଉ କଣ
ଏଠି ଜୀବନର ପ୍ରମାଣ
ବ୍ୟାପ୍ତ ଯାହା କୋଣଅନୁକୋଣ ।
This poem has not been translated into any other language yet.
I would like to translate this poem