ସ୍ଥିତି କଣ?
ସ୍ଵୟଂ ମୁଁ ସଚଳ ।
ଖୋଜ ନା,
ଏଠି କାହାରି ଠିକଣା ।
ଖୋଜ ନା,
ଶବ୍ଦର ଅର୍ଥ ।
କ୍ଷମା କର,
ଲାଗି ରହିଛି ତଥାପି
କେନ୍ଦ୍ରରେ ଥାଇ
ସବୁଆଡକୁ ବ୍ୟାପି
ଯିବାର ଚେଷ୍ଟାରେ ।
ଯେମିତି ଥିଲି, ଅଛି ସେମିତି,
ଅବସ୍ଥା ମୋର ଅବିକୃତ ।
ମତେ ଦେଖ, ସବୁର ଆଚ୍ଛାଦକ ।
This poem has not been translated into any other language yet.
I would like to translate this poem