ବେଳ ନାହିଁ,
କହୁଛନ୍ତି ସମସ୍ତେ ।
କିଛି ନାହିଁ,
ମାନୁଛନ୍ତି ସମସ୍ତେ ।
ତଥାପି, ମାତିଛନ୍ତି
ଯେ ଯାହାର ଖୁସି
ମନାଇବାକୁ ନାନାଦି
ରଙ୍ଗରେ ରସରେ ।
କେହି ଜଣେ ବି କହୁ ନି,
ଥାଉ ଏତିକିରେ ।
କହୁ ନି କେହି ଆମେ
ସନ୍ତୁଷ୍ଟ ଏତିକିରେ ।
ଆହୁରି ତୁଚ୍ଛା କଥାରେ ଘାଣ୍ଟି
ହୋଇ ହୋଇ ଯାଉଛି ମାନ ଏଠାରେ ।'
This poem has not been translated into any other language yet.
I would like to translate this poem