ଆରମ୍ଭ ହେବ କଣ,
କିଛି ଥିବା ଜଣାପଡୁ ନାହିଁ ।
ପଡୁ ନାହିଁ ଜଣା କିଏ
କୋଉଠି କଣପାଇଁ ।
ମୁଁ କିଏ ଅବା
ପଚାରିବାକୁ ଏତେସେତେ ପ୍ରଶ୍ନ,
ଯାହାର ସୀମା ସରହଦ
ଆମ ପାଖରେ ନାହିଁ କିଛି ।
ଯେଉଁମାନେ ଆଉ ଯାହାସବୁ ଅଛି,
ଜାଣିରଖ, ସେ ସବୁର ମୂଳ କାରଣ ମୁଁ ।
ଆଉ ମୁଁ ହିଁ କହୁଛି ସଦା ହୁସିଆର
ଏଣୁଏଣିକି ମୂଳରୁ ବାହାରିବ ଡାଳ
ଯାହାକୁ ଦେଖି ଆୁମେ କହିବ
ଏଇଟା ସମୟସାପେକ୍ଷ ।
This poem has not been translated into any other language yet.
I would like to translate this poem