ରତ୍ନ ସବୁ ଏଇଠି,
ଏଇଠି ମୁଁ ସ୍ଵାଧୀନ ।
ମୋର ଏ ଦେହ ଭିତରେ
ସବୁ ଅକ୍ଷର ।
ମୁଁ ମୋଠୁ ଭିନ୍ନ ।
ମୋରି କିରଣରେ ମୁଁ
ଚାଲିଛି ମୋରି ଭିତରକୁ
ମୋରି ଭିତରୁ ।
ଆଉ ଯେତେ ଶବ୍ଦସବୁ
ଆସି ଛିଡା ହୋଇପଡୁଛନ୍ତି
ବିନା ଡାକରାରେ ଆଉ
ପ୍ରସ୍ତୁତ ବୋଲ କରୁଛନ୍ତି
ଘୋଷଣା ତନ୍ନ ତନ୍ନ
ପରୀକ୍ଷା କରି ସାରି ନିଜକୁ ।
This poem has not been translated into any other language yet.
I would like to translate this poem