ବେପାର,
ବେପାର ନାହିଁ କିଛି ।
ରାସ୍ତା ବି ଆଉ
ଫେରି ନାହିଁ କୁଆଡୁ ।
ଖୋଲାଅଛି ଯୋଉଟ।
ତାହା ଖୋଲା
ଗ୍ୟାରେଣ୍ଟି ଦେବାକୁ
ନାହାନ୍ତି ଲୋକ ।
ନିଜେ ନିଜଠି ଆତ୍ମଗୋପନ
କଲାବେଳେ ପୁଣି ଯେ
ନିଜ ପରିଚୟକୁ ଟାଙ୍ଗିଦେବାକୁ ପଡେ
ବାହାରେ ବୁଝିବା ଲୋକ ବୁଝେ ।
ଆଉ ନ ବୁଝିଲା ଲୋକ ବି ଏଠି
ନିତ୍ୟମୁକ୍ତ ହୋଇଯାଏ ନିଜ ପାଖେ ।
This poem has not been translated into any other language yet.
I would like to translate this poem