ଶବ୍ଦମାନେ,
ଶବ୍ଦମାନେ ନିଜେ ନିଜେ ଆସି
ହେଉଛନ୍ତି ହାଜର ।
କଣ କରିବେ ଶବ୍ଦମାନେ?
ଶବ୍ଦମାନେ ଜିଣିବେ ହୃଦୟ
ଆଉ କହିବେ କଥା ଜଗତଜିତା ।
ମଣିଷମାନେ,
ମଣିଷମାନେ ବିରତ ନୁହନ୍ତି
ନିଜ ନିଜ କୃତ୍ୟରୁ ।
ମଣିଷ ହୋଇ, ନ ହେଲେ
ଦୃଢ ଓ ସ୍ଥିର,
ଅନ୍ଧାର ନେବ ଭସେଇ
କାହିଁ କୁଆଡେ ।
ପ୍ରଶସ୍ତ ମନ ଆଉ
ଐଶ୍ଵର୍ଯ୍ୟାଦିଯୁକ୍ତ ମୁଁ ।
କହିପାର ମତେ ଆନନ୍ଦୀ,
ଆଉ ମୁଁ ବି ମୋରି ଗତିପଥରେ
ଗଣିଦେବି ତୁମ ଛାତିର ସ୍ପନ୍ଦନ ।
ମୁଁ ଶବ୍ଦରେ, ମୁଁ ହୃଦୟରେ,
ମୁଁ କାର୍ଯ୍ୟରେ, ମୁଁ ଆଲୁଅରେ,
ମୁଁ ମନରେ, ମୁଁ ସ୍ପନ୍ଦନରେ ।
ମୁଁ ହିଁ ମୋରି ପାଖରେ ବନ୍ଧା,
ମୁଁ ହିଁ ତୁମକୁ ଦେଖାଇବି
ଜୀବନର ମଧୁର ଛନ୍ଦା
ଲେଖା ଯାହା, ଆମ ପ୍ରେମରେ ।
This poem has not been translated into any other language yet.
I would like to translate this poem