ଭିକାରୀ
ଠିଆ ସିଏ,
ସେଇ ପ୍ଲାଟଫର୍ମ ସାମ୍ନାରେ ।
ନାହିଁ ଗୋଟେ ଗୋଡ,
ଗିନି ବଜାଇ ବଜାଇ ହଲୁଛି
ସେଇ ଗୋଟିଏ ଜାଗାରେ ।
ଅନେଇ ରହୁଛି
ଟ୍ରେନରେ ଯାଉଥିବା ଆଉ
ଟ୍ରେନରୁ ଆସୁଥିବା ଲୋକଙ୍କୁ ।
ହିସାବ ବି ସହି ରଖୁଛି
କିଏ କେତେକର ।
ମାଗୁନି କିଛି, ତଥାପି ଲୋକେ
ପକାଇ ଦେଉଛନ୍ତି କିଛି କିଛି
ନିଜ ନିଜ ଅହଂର ଖାତିରରେ ।
ପାଁଚଟଙ୍କିଟିଏ ଦେଲାକୁ କହିଲା,
ଶୁଣିବେ କି ଟିକିଏ!
ଟଙ୍କା ଦରକାରହେଲେ କହିବେ ।
କେତେ କାପାସିଟି ପଚାରିଲାକୁ କହିଲା,
ସେଇଟା କଣ କହିବି ସାରେ,
ମାତ୍ର ଛ ସାତ ଲକ୍ଷ୍ ଭିତରେ ।
କହିଲି, ଆରେ ବାପ୍ ରେ,
ୟାକୁ ପାରିବ କି ମୋଦିରେ?
ଏମିତି ବି ଭିକାରୀ ଏଠାରେ!
This poem has not been translated into any other language yet.
I would like to translate this poem