ଅନ୍ୟ ଏକ ଭିକାରୀ
ଚାଲୁଥିଲା ଲଇଁ ଲଇଁ
ଖୋଲା ପଡିଆରେ ।
କହୁଥିଲା କ୍ଷମାକର ମତେ,
ମୁଁ ନେବାକୁ ନୁହେଁ ଏଠି,
ବରଂ ଅଛି ଦେବାକୁ,
ନିଅ ଅଛି ମୋ ପାଖରେ
ଯାହାଯେତେ ।
ତାହାଠି କଣ ନ ଥିଲା ସତେ?
ଥିଲା ମଇନା ପରି ମନ,
ଥିଲା ମନ ପରି ଡେଣା,
ଥିଲା ଡେଣା ପରି
ଆକାଶ ମାପିବାର ସାହସ
ଆଉ ଥିଲା ପ୍ରେମ, ବିଶ୍ଵାସ ।
This poem has not been translated into any other language yet.
I would like to translate this poem