ଆରେ, ମୋ ଘରେ ମୁଁ ଖୋଜୁଛି
ମତେ ଇ, ମୋରି ଆଲୁଅରେ ।
ଆଲୁଅ ଯାଇଛି ଛପି କୋଉଠି,
ଜାଣି ନି, କାହାକୁ ଡରି ।
ରାତି ଆଉ ଦିନ ସେଠି ଏକାକାର,
ସମାନ ପୁଣି ସେଠି ହସ ଆଉ କାନ୍ଦ ।
ଘାସବୁଦା, ଅନ୍ଧାର ଆଉ ଆଉ
ରାସ୍ତାରେ ଭର୍ତି ।
ମୁଁ ମୋର ଜାଳୁଛି ନିଆଁ
ମୋରି ଭିତରେ, ଆଉ ମୁଁ ଇ
ମତେ ପଚାରୁଛି କଣ ସବୁ
କରିବାକୁ ହେବ ଏବେ ।
ମତେ ଛଡା ଆଉ କିଏ କିଏ
ଏ ଘରେ, ସେ କଥା ଭଲ ନ କହିଲେ ।
This poem has not been translated into any other language yet.
I would like to translate this poem