ମୁଁ ହୋଇଛି ବାନ୍ଧି,
ବାନ୍ଧି ହୋଇଛି ମୁଁ
ଏଇଠି ଏମିତି
ସକାଳୁ ସଂଜ
ଆଉ ସଂଜୁ ସକାଳ ।
କିଛି ଅଛି ଯାହାକୁ ମାନି
ହେଉଛି ମୋର ଆତଯାତ,
କିଛି ଅଛି ଯାହାକୁ ହେବ ନି
ଅଣଦେଖା କରି କେବେ ।
ମୁଁ ମୋର,
ଆଉ ମୁଁ ତୁମର ।
ଏଇଠି ଏମିତି
ମୁଁ ରହିଛି ରହିଥିବି,
ତୁମଠି ମୁକ୍ତ ।
This poem has not been translated into any other language yet.
I would like to translate this poem