ଆଶ୍ରୟ,
ଖୋଜୁଛି ଆଶ୍ରୟ ।
କୋଉଠି ଖୋଜୁଛି?
ଖୋଜୁଛି କୋଉଠି କଣ
ଜଣା ନାହିଁ ମତେ ବି ।
ରହିଛି ମୁଁ ମୋର ଅନୁଭୂତିରେ,
ରହିଛି ସଜାତୀୟ ବିଜାତୀୟ
ସ୍ଵଗତ ଭେଦ ରହିତ ।
ରହିଛି ମୁଁ
ସଜ୍ଜନଙ୍କର ସଂପଦ ।
ମୁଁ ନିଜେ ମୋର ମୁଖ୍ୟ,
ମୁଁ ନିଜେ ମୋର ଆଶ୍ରୟସ୍ଥଳ ।
ତଥାପି ଶକ୍ତି ସଂଚୟ କରିଚାଲିଛି
ଆଉ ସେଥିରେ ମିଳୁଛି ମତେ ଆନନ୍ଦ ।
This poem has not been translated into any other language yet.
I would like to translate this poem