ବ୍ୟୂହ
ବ୍ୟୂହ ଭିତରେ
ମୁଁ ଆଉ
ମୋ ଭିତରେ
ତୁମେ ଆଉ
ତୁମ ଭିତରେ
ପୁଣି ମୁଁ ।
ଏଠି ଆଉ ଖୋଜିଲେ
ପାଇବ କାହିଁ
ବିଜୁଳି ଘଡଘଡି
ନିଆଁପାଣି?
ଝଡତୋଫାନ
ସବୁ ତ ଶାନ୍ତ ।
ଚାରିଦିଗ ଚାରିକୋଣ
କୋଉଠି ବି ନାହିଁ କିଛି,
ସେ କିଛି ନ ଥିବା ଭିତରେ
ମୁଁ ଆଉ ମୋ ଭିତରେ
ତୁମେ ଆଉ ତୁମ ଭିତରେ
ମୁଁ, ସବୁ ଆରମ୍ଭ ଆଉ ଶେଷ ।
This poem has not been translated into any other language yet.
I would like to translate this poem