ସବୁର ଆରମ୍ଭ,
ଭିତରେ ଓ ବାହାରେ ।
କୋଉଟା ଭିତର ଆଉ
କୋଉଟା ବାହାର
ଜାଣିବା ମୁସ୍କିଲ ।
ଆଲୁଅ ଆଉ ଅନ୍ଧାର
ତଳ ଆଉ ଉପର
ସବୁ ସୂର୍ଯ୍ୟଙ୍କର ।
ସୂର୍ଯ୍ୟ ଆମ ଆୟତ୍ତରେ,
ଆଉ ଆମେ ବି
ବନ୍ଧା ସୂର୍ଯ୍ୟଙ୍କଠାରେ ।
କୌଣସି ଶତ୍ରୁକୁ
କହିବାକୁ ଦିଏ ନି
ଆଉ କହେ ଜନ୍ମ ସ୍ଵେଚ୍ଛାରେ ।
This poem has not been translated into any other language yet.
I would like to translate this poem