କଣ କହିବ?
ଯାହା କହିବ ବୁଝିବା ଲୋକଟିଏ
ଅଛି କି ପାଖରେ?
ମିଛ କି ସତ ପଚାରୁ ପଚାରୁ
ପାଦ ଉଠାଇ ସାରିଥିବେ
ଯିଏ ଯୁଆଡେ ।
ରଙ୍ଗ କଥା ନ କହିବା ଭଲ,
ଆଉ ଯୋଉ ଠାଣି ଦେଖାଉଥିବ
ବର୍ଣିବା ନୁହେଁ ଆମ୍ଭ ବଶ ।
ଯେବେ ଯେବେ ପୁଣି
ପଚରାଯିବ ପ୍ରଶ୍ନ
ସମସ୍ତେ ଚାହିଁ ବସିଥିବେ
କଣ ସବୁ ପୁଣି ବାହାରୁଛି
ସେଥିରୁ ଏତେବେଳେ ।
This poem has not been translated into any other language yet.
I would like to translate this poem
No one can say what the photograph is really giving message.