ଆଉ ପଦେ,
କୋଉ ଭାଷାରେ ହେଉଛ କଥା
ଆଉ ପଦେ କହିଦିଅ ।
ବେକୁବ ହୋଇ ନ ଥିଲେ
ମୁଁ ନିଜେ ଏତେବେଳ ଯାଏ
ହୋଇ ନ ଥାନ୍ତି ଏଠି ଠିଆ ।
ଆଉ କହିଦେଇ ଆଉ ପଦେ
ହେଉ ନ ଥାନ୍ତି ହିନସ୍ତା ।
ସତ୍ୟପ୍ରକାଶ ପାଇଁ ମୁଁ କଣ
ଚୁକ୍ତିବଦ୍ଧ ନୁହେଁ କିଏ କହିବ ଏ କଥା ।
ଯାହାକୁ ଯାହା ଅଛି ଯୋଗ
ସେ ହେବ କେମିତି ଅନ୍ୟଥା ।
ପ୍ରତିଶ୍ରୁତି ଯାଉ ସବୁ ପାଣିକି,
କ୍ଷେତ୍ରରେ ମାତିବାପାଇଁ କିନ୍ତୁ ନଛୋଡବନ୍ଧା ।
This poem has not been translated into any other language yet.
I would like to translate this poem