ତୁମେ ନ ଥିବାରୁ
ମୁଁ ନାହିଁ,
ମୁଁ ନ ଥିବାରୁ
ମାଟି ଆକାଶ
କିଛି ନାହିଁ ।
କିଛି ନ ଥିବାରୁ
ନାହିଁ କିଛି ସୌନ୍ଦର୍ଯ୍ୟ
ନାହିଁ ସାମର୍ଥ୍ୟ ।
କିଛି ନ ଥିବାରୁ
ଗତିର ନାଶ ନାହିଁ,
ଗତିର ନାଶ ନ ଥିବାରୁ
ବନ୍ଧା ମୁଁ ତୁମ ପାଖରେ ।
This poem has not been translated into any other language yet.
I would like to translate this poem