ରାଜା ବାଉଳା
ରାଜା ବାଉଳା,
ହେଉ ନି ଯେହେତୁ
କଳା ସବୁ ଧଳା ।
ଧଳା ଯେ ସବୁ କଳା
ଆଉ ରାଜା ବାଉଳା,
ଜାଣି ସାରିଲେଣି ଏତେବେଳକୁ
ସବଳା ଅବଳା ସବୁ ।
ଆମେ ଆମ ପାଇଁ ନାହୁଁ,
ଆକାଶରେ ଥାଇ କହିଚାଲିଛି
ସବୁଦିନ ଜହ୍ନମାମୁଁ ।
ନାରାଜ ରାଜା,
କାନକୁ ପଶିବାକୁ ନାହିଁ କିଛି,
ରାଜାର ମୁହଁ ଗୋଜା
ଭିତରେ ଭିତରେ କିନ୍ତୁ
ମାରୁଛି ମଜା ।
ମଦର ଖଜା,
ରାଜା କହୁଛି
ତୁମେ ସବୁ ଅଜା,
ଖାଇଯିବିରେ ସବୁ
କହିବ ତଥାପି କାହିଁରେ କଳା
ସବୁ ତ ଧୋବଧାଉଳିଆ ।
This poem has not been translated into any other language yet.
I would like to translate this poem