କଳା କୋକୁଆ ରାଇଜସାରା,
ମଂଚରୁ ପଡିବ ଖସି କଂସ
ଅନ୍ୟାୟୀ ଅତ୍ୟାଚାରୀ କଳାବଜାରୀ
ସବୁ ହେଲେଣି ଅଚାବୁହା ।
ନିରୀହ ଜନତା ଧର ଧୈର୍ଯ୍ୟ
ଶୁଭ ସମୟ ଆସି ଛିଡାହେଲାଣି
ଦୁଆରେ ତୁମର ।
ଦୂଷିତ ଶଙ୍ଖ ବାଜିବ ନାହିଁ ଆଉ,
ହୁଳହୁଳିରେ କଂପିବ ମେଦିନୀ,
ନାରୀନାରାୟଣୀ ଶକ୍ତିରେ
ଟଳିପଡିବ ମହିଷାସୁର ।
ଧୈର୍ଯ୍ୟଧର, ହୃଦୟ ରଖିଥାଅ ନିର୍ମଳ,
ସତ୍ୟସନାତନ ପଥରେ ଚାଲୁଥାଅ,
ପ୍ରିୟ ମଣିଷ, ଦେଖିବ ନୂଆ ସୂର୍ଯୋଦୟ ।
This poem has not been translated into any other language yet.
I would like to translate this poem