ମୁଁ ମରିଗଲେ
ମୁଁ ପଳାଇଗଲେ
ଅସୁବିଧା ହେବ ନାହିଁ
କାହାର କିଛି, ଜାଣେ ।
ବରଂ, କହିବ, ଭଲ ହେଲା,
ବୋଝ ଗଲା । ଥିଲା ଯେ
ରଖେଇବସେଇ ଦେଉ ନ ଥିଲା ।
ଥିଲା ଯେ କହୁଥିଲା କଥା,
ଲାଗୁଥିଲା ଛୁରୀରେ
କାଟିଲାଭଳିଆ ।
ତ୍ରାହି ପାଇଗଲା ମଣିଷ
ହୁତହୁତ ଜଳୁଥିବା ନିଆଁରୁ ।
ଆଲୁଅ ନ ହେଲେ ନାହିଁ,
ଆମ ଅନ୍ଧାର ଆମକୁ ଭଲ ଲାଗୁ ।
This poem has not been translated into any other language yet.
I would like to translate this poem