ଖସି ଯାଉଛି ମୋଠୁ ସବୁ,
ସମୟ, ସୂର୍ଯ୍ୟ, ସତ୍ୟ ।
ଅସତ୍ୟର ସୌଦାଗର
ମତେ ଦେଉଛି ଭସାଇ
ଥଳକୂଳ ନ ଥିବା ସମୁଦ୍ରରେ ।
ପୋଡି ଦେଉଛି ମତେ
ଡହ ଡହ ନିଆଁରେ ।
ପୋତି ଦେଉଛି ମାଟି ଭିତରେ ।
ଉଡାଇଦେଉଛି ପବନରେ ।
ଛଡାଇ ନେଉଛି ମୋରି ଭାଷା
ମୋଠୁ ଆଉ ମତେ ଦେଇଛି
ରଖି ଅନ୍ଧାରରେ ।
ମୁଁ କୋଉଠି ଏବେ, ପଚାରନି
ଦୟାକରି, ପାରିବି ନି କହି କେବେ ।
This poem has not been translated into any other language yet.
I would like to translate this poem