ମୋ ସ୍ଥିତି
ଜଣା ମତେ ।
ମୁଁ ହିଁ
ଏଠି ମୋ ପାଇଁ ।
ମୁକ୍ତ ଆଉ
ନିର୍ମଳ ମୋର
ଅବସ୍ଥିତି ।
ଗୁଣହୀନ
ପୁଣି ସ୍ଥିତିବାନ ।
ମୋର ମୁଁ
ଅଛି ଠିକ୍ ମୋଠି ।
ପରିବର୍ତନର ଆଶଙ୍କା
ନାହିଁ ସ୍ଥିତି, ଆଉ ମୁଁ
ଏଠି ରଖିଛି ମୋର ପରିଚିତି ।
This poem has not been translated into any other language yet.
I would like to translate this poem