ଓଡିଶା ଆମର,
ଭାରତ ଆମର ।
ଆମେ ସ୍ଵାଧୀନ
ଆମ ହାତରେ
ଆମେ କରୁଛୁଁ
ଆମ ଆଇନ ।
ଆମ ଭାଷା ଆମର,
ଆମ ମାଟି ଆମର ।
ଆମେ ପାଳୁଛୁଁ
ମେଳା ମହୋତ୍ସବ
ଆମ ପାଇଁ ।
ପରର କିଛି
ଆମ ଉପରେ
ଲଦ ନାଇଁ ।
ଅନନ୍ୟ ଆମେ ବିଶ୍ଵରେ,
ଅତୁଳନୀୟ ଦେଖରେ ।
ଆମ ମା ପରି କିଏ ରେ?
ଆମ ଭାଷା ପରି କାହାରରେ?
ଆମ ଭାଷାରେ ଆମେ
ଦେଖାଇବୁ ନୂତନ ଚେତନା
ନୂତନ ରାହା ଆସରେ ।
ଆମ ମା ଆମ ପାଖରେ ।
This poem has not been translated into any other language yet.
I would like to translate this poem