ମଠଖାଇ ଛକରେ
ଭେଟହେଲେ କହିବି
ଥିଲି କୋଉଠି ।
ମଠଖାଇ ଛକରେ
ଥିବ ଯାହା ଯେତେ
ସବୁ କିଛି ନୁହେଁ ମୋର
କି ନୁହେଁ ତୁମର ।
ମଠଖାଇ ଛକରେ
ବଦଳାହେବ ବ୍ୟାଟେରୀ
ଯାହାର ନ ଥିବ ଗ୍ୟାରେଣ୍ଟି ।
ମଠଖାଇ ଛକରେ
ଥୁଆହେବ ପୋଷାକ, ଚପଲ,
ଚଷମା, ଆଉ ଚୌଦ୍ଵାର ଡେଇଁ
ହେବ ଯିବାକୁ ଚଢି ଆଲୁଅ ଶିଢି ।
This poem has not been translated into any other language yet.
I would like to translate this poem