ସବୁ ଦେହରେ ତୁମେ,
ତୁମର ସବୁ ଦେହ ।
ଦେହ, ମୋର ଅନୁଭବ,
ଆଉ ତୁମେ ନିର୍ଦେଶକ ।
ନିର୍ଦେଶକ, ତୁମେ
ସବୁ କିଛିର ।
ଆଉ ତୁମେ ଯନ୍ତ୍ରୋଦ୍ଧାର
ପୁଣି ମନ୍ତ୍ରୋଦ୍ଧାର ।
ଦେହଦ୍ଵାରରେ ମୁଁ ଠିଆ,
ଏଇଠୁ ମତେ ନେବ, ଜାଣେ ।
କୁଆଡେ କଣ ପାଇଁ ନେବ,
ଜାଣେ ନା ମୁଁ ।
କିନ୍ତୁ ଜାଣେ, ଅଛି ମୁଁ ଏଠି
କେବଳ ତୁମ ପାଇଁ ।
This poem has not been translated into any other language yet.
I would like to translate this poem