ଯେତେବେଳେ ବି ମୁଁ କିଛି
କହିବାକୁ ଯାଉଛି ତୁମେ
କହୁଛ ରହ, ଆଉ ଦେଖୁଛ
ରହୁଛି କି ନାଇଁ ମୁଁ ।
ଯେତେବେଳେ ବି ମୁଁ
ଯିବାକୁ ଚାହୁଁଛି ଯୁଆଡେ
ଛେକି ଦେଉଛ ମଝିରେ
ଆଉ ରହୁଛ ଚାହିଁ ମତେ ।
ଯେତେବେଳେ ବି ମୁଁ
ଠିଆ ରହୁଛି ଏଠି
କହୁଛ ତୁମେ ନାହିଁ ସମୟ,
ଉଠ ଆଉ ଦେଖ କୋଉଠି କିଏ ।
କିଏ କିଏ ସବୁ ଗଲେଣି କୁଆଡେ କୁଆଡେ
ଦେବାକୁ ହିସାବ ନାହାନ୍ତି ଜଣେ ବି ଏଠାରେ ।
This poem has not been translated into any other language yet.
I would like to translate this poem